Home ଓଡ଼ିଆ ଦୀୟା ମିର୍ଜା ୧୫ ଫେବ୍ରୁଆରୀରେ ମୁମ୍ୱାଇର ବ୍ୟବସାୟୀ ଙ୍କୁ ବିବାହ କରିବେ

ଦୀୟା ମିର୍ଜା ୧୫ ଫେବ୍ରୁଆରୀରେ ମୁମ୍ୱାଇର ବ୍ୟବସାୟୀ ଙ୍କୁ ବିବାହ କରିବେ

ଅଭିନେତ୍ରୀ ଦୀୟା ମିର୍ଜା ନିଜ ଜୀବନରେ ପୁଣି ନୂଆ ରଙ୍ଗ ଭରିବାକୁ ଯାଉଛନ୍ତି । ଯାହାକି ତାଙ୍କର ପ୍ରଶଂସକଙ୍କ ପାଇଁ ବଡ଼ ଖୁସି ଖବର ।  ସାହିଲ ସାଙ୍ଗାଙ୍କୁ ଛାଡ଼ପତ୍ର ଦେବାପରେ ପୁଣି ଆଉ ଥରେ ଦୀୟାଙ୍କ ଜୀବନରେ ଖୁସି ଆରମ୍ଭ ହେବାକୁ ଯାଉଛି।  ଭାଲେଣ୍ଟାଇନ୍ସ ଡେ ପୂର୍ବରୁ  ଦୀୟା ମିର୍ଜାଙ୍କର ବିବାହ ଖବର ପ୍ରଶଂସକଙ୍କ ପାଇଁ ବଡ଼ ସରପ୍ରାଇଜ୍‌ ଭଳି ହୋଇଛି ।  ଖବର ମୁତାବିକ୍‌, ଦୀୟା ମିର୍ଜା ଦ୍ୱିତୀୟ ବିବାହ କରୁଛନ୍ତି ଏବଂ ଏହା ବହୁତ ଶୀଘ୍ର ହେବାକୁ ଯାଉଛି । 

ସ୍ପଟ୍‌ବୟର ରିପୋର୍ଟ ମୁତାବିକ୍‌ , ୧୫ ଫେବ୍ରୁଆରୀରେ ଦୀୟା ମିର୍ଜା ନୂଆ ରୂପରେ ନିଜ ଜୀବନକୁ ଗଢ଼ିବାକୁ ଯାଉଛନ୍ତି । ରିପୋର୍ଟ ମୁତାବିକ୍‌ ଦୀୟା ମୁମ୍ୱାଇ ସ୍ତରୀୟ ବ୍ୟବସାୟୀ ବୈଭବ ରେଖୀଙ୍କୁ ବିବାହ କରୁଛନ୍ତି ।

ବିବାହର ୨ଦିନ ପୂର୍ବରୁ ଦୀପାଙ୍କର ଏହି ବିବାହ ଖବର ସରପ୍ରାଇଜିଂ ଭଳି ।  ହେଲେ ଏବେସୁଦ୍ଧା ଏହି ଖବର ଉପର କୌଣସି ଅଫିସିଆଲି ବୟାନ ଆସିନାହିଁ । ଦୀୟାଙ୍କର ବିବାହର ଏହି ଖବର ବହୁତ ଜୋରସୋରରେ ଚର୍ଚ୍ଚାରେ ।

ଦୀୟା ମିର୍ଜା ଅଗଷ୍ଟ ୨୦୧୯ରେ ଏକ୍ସ-ହଜ୍‌ବ୍ୟାଣ୍ଡ ସାହିଲ ସାଙ୍ଗାଙ୍କୁ ନିଜ ଛାଡ଼ପତ୍ର ଦେବାର ଖବର ଦେଇଥିଲେ । ସେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରି ସାହିଲଙ୍କ ସହ ଅଲଗା ହେବା କଥା ସେୟାର କରିଥିଲେ । ଦୀୟା-ସାହିଲଙ୍କର ବିବାହ ୨୦୧୪ରେ ହୋଇଥିଲା ।  ୫ବର୍ଷର ବୈବାହିକ ସଂପର୍କ ପରେ ଦୁହେଁ ପରସ୍ପରର ସହମତିରେ ଉଭୟ ଉଭୟଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଛାଡ଼ପତ୍ର ଦେଇଥିଲେ ।

 
 

AD