Home ଓଡ଼ିଆ ଲୋକଙ୍କ ଇଚ୍ଛା କୁ ସନମାନ ଜଣାଇ ମାଙ୍କଡ଼ ଧରିବା କଥାକୁ ପୂରା କଲେ ସୋନୁ ସୁଦ୍‌...

ଲୋକଙ୍କ ଇଚ୍ଛା କୁ ସନମାନ ଜଣାଇ ମାଙ୍କଡ଼ ଧରିବା କଥାକୁ ପୂରା କଲେ ସୋନୁ ସୁଦ୍‌ , ଭିଡ଼ିଓ ସେୟାର ବି କଲେ

ନୂଆଦିଲ୍ଲୀ : ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଏବେ ବି ଲୋକଙ୍କର ସାହାଯ୍ୟ କରିବା ନଜର ଆସୁଛି । ଲକ୍‌ଡାଉନ୍‌ରୁ ଆରମ୍ଭ ହୋଇଥିବା ଏହି ମହତ କାମ ଏବେବି ଜାରି ରହିଛି । ସୋନୁ ସୁଦ୍‌ଙ୍କ ଠାରୁ ଲୋକେ ଟ୍ୱିଟର ମାଧ୍ୟମରେ ଡିମାଣ୍ଡ କରିଥାନ୍ତି ଏବଂ ଅଭିନେତା ଏହାକୁ ପୂରା କରିବାକୁ ଲାଗିଯାନ୍ତି।  କିଛି ଦିନ ପୂର୍ବେ ସୋନୁ ସୁଦ୍‌ଙ୍କୁ ଜଣେ ବ୍ୟକ୍ତି ଅନୁରୋଧ କରି କହିଥିଲେ କି , ସୋନୁ ସୁଦ୍‌ ସାର୍‌‌ ଆମ ଗାଁରେ ଏକ ମାଙ୍କଡ଼ର ଆତଙ୍କ ଯୋଗୁଁ ପାଖାପାଖି ୧୨ ଜଣ ଲୋକ ଆହତ ହୋଇଛନ୍ତି । ଏଣୁ ଆପଣଙ୍କୁ ନିବେଦନ କି ମାଙ୍କଡ଼ଙ୍କୁ ଆମ ଗାଁ ଠାରୁ ଦୂର ସ୍ଥାନକୁ ପଠାଇ ଦିଅନ୍ତୁ । ଏବେ ସୋନୁ ସୁଦ୍‌ ଏହି ବ୍ୟକ୍ତିଙ୍କର ଇଚ୍ଛା ବି ପୂରଣ କରି ଦେଇଛନ୍ତି ।

ସୋନୁ ସୁଦ୍‌ ଏକ ଭିଡ଼ିଓ ଟ୍ୱିଟ୍ କରି କହିଛନ୍ତି, ଦେଖ ମାଙ୍କଡ଼ ବି ଧରି ନେଲି । ଏବେ କୁହ । ସୋନୁ ସୁଦ୍‌ଙ୍କର ଏହି ଟ୍ୱିଟ୍‌କୁ ଲୋକେ ଖୁବ୍ କମେଣ୍ଟ ଦେଇଛନ୍ତି । ତାଙ୍କୁ ମହାନ ବୋଲି କହିଛନ୍ତି ।

ଉଲ୍ଲେଖନୀୟ ଯେ, ସୋନୁ ସୁଦ୍‌ ଲୋକଙ୍କୁ ପାଠପଢ଼ା , ଚିକିତ୍ସା, କାମଧନ୍ଦା , ଚାକିରୀ ଆଦି ସବୁ ଜିନିଷରେ ସାହାଯ୍ୟ କରିବାର ନଜର ଆସିଛନ୍ତି। ସୋନୁଙ୍କର ଏହି ସାହାଯ୍ୟ ଓ ସହାନୁଭୂତି ଯୋଗୁଁ କେଉଁ ଗାଁରେ ତାଙ୍କର ମୂର୍ତ୍ତୀ ତିଆରି କରାଯାଇଛି ତ ଆଉ କେଉଁଠି ତାଙ୍କର ପୂଜା ବି କରାଯାଉଛି । ସେ ନିଜର ଏହି ମହତ ସେବା କାମ ମାଧ୍ୟମରେ ଲୋକଙ୍କର ହୃଦୟ ଜିତି ନେଇଛନ୍ତି ।

AD