Home ଅନ୍ୟାନ୍ୟ ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ଜିନିଷ ଘରେ ରହିବା କାରଣରୁ ଅଶୁଭ​‌ ଫଳ ପ୍ରଦାନ କରିଥାଏ।

ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ଜିନିଷ ଘରେ ରହିବା କାରଣରୁ ଅଶୁଭ​‌ ଫଳ ପ୍ରଦାନ କରିଥାଏ।

ଜ୍ୟୋତିଷଶାସ୍ତ୍ରୀଙ୍କ କହିବା ଅନୁସାରେ ଘରେ ରଖାଯାଇଥିବା କିଛି ଜିନିଷ ଅଶୁଭ​‌ ଫଳ ପ୍ରଦାନ କରିଥାଏ। ଏହି ଜିନିଷ ଘରେ ରହିବା କାରଣରୁ ମଣିଷ ଅଡୁଆରେ ପଡିଥାଏ। ତେବେ ଆସନ୍ତୁ ଜାଣିବା ଏହି ସବୁ  ଜିନିଷ ସମ୍ପର୍କରେ…

ବନ୍ଦ ଘଣ୍ଟା: ଆପଣଙ୍କ ଜୀବନରେ ଘଣ୍ଟାର ସ୍ବତନ୍ତ୍ରତା ରହିଛି। ଏହା ଆପଣଙ୍କ ଖରାପ ସମୟକୁ ମଧ୍ୟ ଟାଳିପାରେ। ଘରେ ବନ୍ଦ ଘଣ୍ଟା କେବେ ବି ରଖନ୍ତୁ ନାହିଁ, ଏହା ଆପଣଙ୍କ ଭାଗ୍ୟକୁ ଗୋଟିଏ ସ୍ଥାନରେ ହିଁ ରୋକିହେବ। ଆପଣଙ୍କର ଖରାପ ସମୟ ଶେଷ ହେବନି।

ବନ୍ଦ ତାଲା: ତାଲା ଆପଣଙ୍କର ଭାଗ୍ୟ ଖୋଲିପାରେ ଓ ସବୁବେଳ ପାଇଁ ବନ୍ଦ ମଧ୍ୟ କରିପାରେ। ଘରେ ଖରାପ କିମ୍ବା ବନ୍ଦ ତାଲା ରଖନ୍ତୁ ନାହିଁ। ଏହାଦ୍ବାରା କ୍ୟାରିୟର ଖରାପ ହୋଇପାରେ। ବିବାହ ହେବା ମଧ୍ୟ କଷ୍ଟକର ହୋଇଯିବ।

ପୁରୁଣା ଯୋତା-ଚପଲ: ଯୋତା-ଚପଲର ସମ୍ପର୍କ ଆପଣଙ୍କ ଜୀବନର ସଂଘର୍ଷ ସହିତ ରହିଛି। ଜୀବନରେ ସଂଘର୍ଷକୁ କମ୍ କରିବାକୁ ଯଦି ଚାହାନ୍ତି ତେବେ ଯୋତା-ଚପଲ ଠିକ୍ ରଖନ୍ତୁ। ଘରେ ପୁରୁଣା, ଫଟା କିମ୍ବା ଖରାପ ଜୋତା-ଚପଲ ରଖିବା ଦ୍ବାରା ସଂଘର୍ଷ ବଢିବ। ପ୍ରତି କାମ ପାଇଁ କଷ୍ଟ କରିବାକୁ ପଡି। ଯେପରିକି ଯୋତା-ଚପଲକୁ ଶନିବାର ଫୋପାଡି ଦିଅନ୍ତୁ କିମ୍ବା ବାଣ୍ଟି ଦିଅନ୍ତୁ।

ଚିରା ପୋଷାକ: ଜୀନରେ କପଡାର ସମ୍ପର୍କ ଆପଣଙ୍କର ଭାଗ୍ୟ ସହିତ ରହିଛି। ଅନୁପଯୋଗୀ କିମ୍ବା ଚିରା ପୋଷାକ ଥିଲେ ତାହା ସବୁବେଳେ ଦୁର୍ଭାଗ୍ୟ ଆଣିଥାଏ। ଏପରି ସ୍ଥଳେ କପଡାକୁ ହଟାଇଦେବା କିମ୍ବା ବାଣ୍ଟି ଦେବା ଖୁବ୍ ଭଲ, ନଚେତ୍ ଭାଗ୍ୟ ଆପଣଙ୍କର ସାଥ୍ ଦେବା ବନ୍ଦ କରିଦେବ।

ଦେବା-ଦେବୀଙ୍କର ପୁରୁଣା ମୂର୍ତ୍ତୀ ଓ ଚିତ୍ର: ଏକ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଶୁଭ ତରଙ୍ଗ ଦେଇଥାଏ। ଏହାପରେ ତାଙ୍କଠାରୁ ନକାରତ୍ମକ ତରଙ୍ଗ ବାହାରିଥାଏ। ତେଣୁ ପୁରୁଣା ମୂର୍ତ୍ତି ଓ ଚିତ୍ରକୁ ସମୟ ସମୟରେ ବଦଳାଇବା ଦରକାର। ଏହାପରେ ମଧ୍ୟ ଏହାର ପ୍ରୟୋଗ କରିବା ଦ୍ବାରା ମାନସିକ ସ୍ଥିତି ବିଗିଡିପାରେ।

ଏମାନଙ୍କୁ ସମୟ ସମୟରେ ହଟାଇ ମାଟିରେ ପୋତି ଦିଅନ୍ତୁ କିମ୍ବା ପାଣିରେ ଭସାଇ ଦିଅନ୍ତୁ।

୨୦୨୦ ଜାନୁଆରୀ ୨୫ ତାରିଖରେ ରି-ସୋଲ ଉନଙ୍କୁ ସ୍ୱାମୀ କିମଙ୍କ ସହ ପ୍ୟୋଙ୍ଗୟାଙ୍ଗରେ ନୂଆବର୍ଷ ପାଳନ କରୁଥିବା ଅବସରେ ଦେଖିବାକୁ ମିଳିଥିଲା। ବାସ୍‌ ସେହିଦିନ ପରଠାରୁ ତାଙ୍କୁ ଆଉ ଦେଖିବାକୁ ମିଳି ନଥିଲା। ଗତବର୍ଷ ଅକ୍ଟୋବର ୧୦ ତାରିଖରେ ପ୍ୟୋଙ୍ଗୟାଙ୍ଗରେ ବଡ଼ ଧରଣର ସେନା ପରେଡର ଆୟୋଜନ ହୋଇଥିଲା।

ପ୍ରତି ବର୍ଷ ରି-ସୋଲ ସ୍ୱାମୀ କିମ୍‌ଙ୍କ ସହ ଏହି କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତି। କିନ୍ତୁ ଗତବର୍ଷ ଏହି କାର୍ଯ୍ୟକ୍ରମରେ ତାଙ୍କର ଦେଖା ନଥିଲା। ଏହାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ନେଇ ଶୁଣିବାକୁ ମିଳିଥିଲା। ଏଥିସହ କିମ୍‌ ତାଙ୍କୁ ହତ୍ୟା କରିଥିବା କିମ୍ବା ତାଙ୍କର ମୃତ୍ୟୁ ହୋଇଯାଇଥିବା ନେଇ ସୋଶାଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା। ଗତ କିଛି ଦିନ ପୂର୍ବେ କିମ୍‌କୁ ନେଇ ମଧ୍ୟ ଏଭଳି କିଛି ସନ୍ଦେହ କରାଯାଉଥିଲା। ତାଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା। କିନ୍ତୁ ଆଜି ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

AD