Home ଓଡ଼ିଆ ଜେଫ୍ ବେଜୋସଙ୍କୁ ପଛରେ ପକାଇ ପୁଣି ବିଶ୍ୱର ଧନୀ ବ୍ୟକ୍ତି ହେଲେ ଏଲୋନ ମସ୍କ

ଜେଫ୍ ବେଜୋସଙ୍କୁ ପଛରେ ପକାଇ ପୁଣି ବିଶ୍ୱର ଧନୀ ବ୍ୟକ୍ତି ହେଲେ ଏଲୋନ ମସ୍କ

ନୂଆଦିଲ୍ଲୀ ୧୯/୨: ଆମେରିକୀୟ କାର୍ ନିର୍ମାତା କମ୍ପାନୀ ଟେସଲା ଓ ସ୍ପେଶଏକ୍ସର ମାଲିକ ଏଲନ ମସ୍କ ପୁଣି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ପାଲଟିଛନ୍ତି । ୨ ଦିନ ପୂର୍ବରୁ ଏଲନ ମସ୍କଙ୍କୁ ପଛରେ ପକାଇ ଆମାଜନର ଫାଉଣ୍ଡର ଜେଫ୍ ବେଜୋସ୍ ଧନୀ ତାଲିକାରେ ପ୍ରଥମ ସ୍ଥାନକୁ ଆସିଥିଲେ କିନ୍ତୁ ଏବେ ଏଲନ ମସ୍କ ପୁଣି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଟାଇଟଲ ନିଜ ନାଁରେ କରିନେଇଛନ୍ତି ।

ଏଲନ ମସ୍କଙ୍କ ସମ୍ପତ୍ତି ରକେଟ୍ ଭଳି ଆଗକୁ ମାଡିଚାଲିଛି । ଏଲନ ମସ୍କଙ୍କ ସମ୍ପତ୍ତି ୧୯୯.୯ ବିଲିୟନ୍ ଡଲାର ହୋଇଯାଇଛି । ଏବେ ବେଜୋସ୍ ନମ୍ବର ୨କୁ ଖସି ଆସିଛନ୍ତି । ବେଜୋସଙ୍କ ସମ୍ପତ୍ତି ୧୯୪.୨ ବିଲିୟନ୍ ଡଲାର ।

ଏଲନ ମସ୍କଙ୍କ ରକେଟ୍ କମ୍ପାନୀ SpaceX ଚଳିତ ମାସରେ ନିବେଶକଙ୍କ ଠାରୁ ୮୫୦ ମିଲିୟନ୍ ଡଲାର ଏକାଠି କରିଛି । ଏହା ପରେ ଏଲନଙ୍କ ସମ୍ପତ୍ତିରେ ୧୧୦୦ କୋଟି ଡଲାର ବଢିଛି । ମସ୍କଙ୍କ ସମ୍ପତ୍ତି ବୃଦ୍ଧି ପାଇ ୨୦,୦୦୦ କୋଟି ଡଲାର ଅର୍ଥାତ୍ ପ୍ରାୟ ୧୪.୮୦ ଲକ୍ଷ କୋଟି ହୋଇଯାଇଛି । ଗତ ୨୪ ଘଣ୍ଟାରେ ତାଙ୍କ ସମ୍ପତ୍ତି ୯୨୦ କୋଟି ଡଲାର ବଢିଛି ।

ସେହିଭଳି ଚଳିତ ବର୍ଷ ତାଙ୍କ ସମ୍ପତ୍ତିରେ ୩୦୨୦ କୋଟି ଡଲାର ବୃଦ୍ଧି ପାଇଛି । ଜେଫ୍ ବେଜୋସଙ୍କ ସମୁଦାୟ ସମ୍ପତ୍ତି ୧୯୪୦୦ କୋଟି ଡଲାର ଅର୍ଥାତ୍ ପ୍ରାୟ ୧୪.୩୫ ଲକ୍ଷ କୋଟି ଟଙ୍କା ଓ ଏହି ମାମଲାରେ ସେ ଧନୀ ତାଲିକାର ଦ୍ୱିତୀୟ ନମ୍ବରରେ ଅଛନ୍ତି ।

AD