Home ଓଡ଼ିଆ ଜାପାନରେ ୭.୧ ମାଗନିଚ୍ୟୁଡ ର ଶକ୍ତିଶାଳୀ ଭୂକମ୍ପ ଝଟକା

ଜାପାନରେ ୭.୧ ମାଗନିଚ୍ୟୁଡ ର ଶକ୍ତିଶାଳୀ ଭୂକମ୍ପ ଝଟକା

ଟୋକିଓ, ୧୩/ ୦୨: ଶନିବାର ଦିନ ଜାପାନର ଫୁକୁସିମା ଅଞ୍ଚଳରେ ଭୂକମ୍ପ ଝଟକା। ଭୂମିକମ୍ପର ତୀବ୍ରତା ଏତେ ଥିଲା ଯେ ରାଜଧାନୀ ଟୋକଓ ପର୍ଯ୍ୟନ୍ତ ଅନୁଭୂତ ହୋଇଛି। ମିଳିଥିବା ସୂଚନା ମୁତାବିକ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୧ ମାଗନିଚ୍ୟୁଡ ରହିଛି।

ଏତେ ବଡ଼ ଭୂକମ୍ପ ପରେ ଜାପାନରେ ସୁନାମୀ ଆର୍ଲଟ ଜାରି କରାଯାଇ ନାହିଁ। ଏଥିସହିତ ସମୁଦ୍ର କୂଳରେ ବସବାସ କରୁଥିବା ଲୋକଙ୍କୁ ସମୂଦ୍ର ମଧ୍ୟକୂ ନଯିବାକୁ ପରାମର୍ଶ ଦିଆଯାଇଛି।

ଜାପାନର ଉତ୍ତର ପୂର୍ବ ଉପକୂଳରେ ଶନିବାର ୭ଟା୩୭ ସମୟରେ ୭.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଫୁକୁସୀମା ଏବଂ ମିୟାମୀ ଭୂମିକମ୍ପ ଯୋଗୁଁ ଅଧିକ ପ୍ରଭାବିତ ହୋଇଛି । ଫୁକିସୀମାରେ ଏକ ନ୍ୟୁକ୍ଲିୟର ପ୍ଲାଣ୍ଟ ରହିଛି । ଜାପାନ ସରକାରଙ୍କ ପ୍ରବକ୍ତା ନ୍ୟୁକ୍ଲିୟର ପ୍ଲାଣ୍ଟ ସୁରକ୍ଷିତ ଥିବା କଥା ପ୍ରକାଶ କରିଛନ୍ତି । ଏକ୍ସପର୍ଟ ଟିମ୍‌ ଏବେ ଏହାର ନିରୀକ୍ଷଣ କରୁଛନ୍ତି ।

ଏହି ଭୂମିକମ୍ପ ଯୋଗୁଁ ସୁନାମୀର ଭୟ ନଥିବା କଥା ଜାପାନର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

 
 

AD