ନୂଆଦିଲ୍ଲୀ: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜସନ (ଇପିଏଫଓ) ଚଳିତ ଆର୍ଥିକ ବର୍ଷ(୨୦୨୦-୨୧) ଜମା ରାଶି ଉପରେ ସୁଧହାର ଅପରିବର୍ତ୍ତି ରଖିଛି। ଏହାର ଅର୍ଥ ଇପିଏଫ ଆକାଉଣ୍ଟଧାରୀଙ୍କୁ ସେମାନଙ୍କ ଜମା ରାଶି ଉପରେ ୮.୫% ସୁଧ ମିଳିବ। ପୂର୍ବ ବର୍ଷ ମଧ୍ୟ ଏହା ସମାନ ରହିଥିଲା। କରୋନା କାରଣରୁ ଚଳିତ ବର୍ଷ ଇପିଏଫଓ ସୁଧ ହାର ହ୍ରାସ ପାଇପାଇବ ବୋଲି ଆଶଙ୍କା କରାଯାଉଥିଲା। ହେଲେ ସୁଧହାର ଅପରିବର୍ତ୍ତିତ ରହିଥିବାରୁ କର୍ମଚାରୀମାନେ ଆଶ୍ୱସ୍ତ ଲାଭ କରିଛନ୍ତି।
୨୦୧୯-୨୦ ଆର୍ଥିକ ବର୍ଷରେ ଇପିଏଫ ସୁଧ ହାରକୁ ୮.୫%କୁ ହ୍ରାସ କରାଯାଇଥିଲା। ଏହା ୭ ବର୍ଷରେ ସର୍ବନିମ୍ନ ରହିଥିଲା। ମାର୍ଚ୍ଚ ୨୦୨୦ରେ ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରାଯାଇଥିଲା। ଗ୍ରାହକମାନଙ୍କୁ ଇପିଏଫଓ ୨୦୧୬-୧୭ରେ ୮.୬% ଓ ୨୦୧୭-୧୮ରେ ୮.୫୫%ରେ ସୁଧ ଦେଉଥିଲା। ୨୦୧୫-୧୬ରେ ଏହା ଆହୁରି ଅଧିକ ୮.୮% ରହିଥିଲା।
AD