Home ଓଡ଼ିଆ ୫୩ ଲକ୍ଷ ଚାଷୀଙ୍କୁ ୧୨୭୨ କୋଟି କାଳିଆ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

୫୩ ଲକ୍ଷ ଚାଷୀଙ୍କୁ ୧୨୭୨ କୋଟି କାଳିଆ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ଗୋଟିଏ ବର୍ଷର ବ୍ୟବଧାନ ପରେ ‘କାଳିଆ’ ଯୋଜନାରେ ପୁଣିଥରେ ଚାଷୀମାନଙ୍କ ଆକାଉଣ୍ଟକୁ ଆଜି ୨ହଜାର ଟଙ୍କା ଲେଖାଏଁ ସହାୟତା ଟ୍ରାନ୍ସଫର ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୩ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨ହଜାର ଟଙ୍କା ଲେଖାଏ କାଳିଆ ସହାୟତା ପ୍ରଦାନ କରିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ ୫୦ଲକ୍ଷ ୮୫ହଜାର ୨୯୦ଜଣ ଚାଷୀଙ୍କୁ ‘କାଳିଆ’ ସହାୟତା ଦିଆଯାଇଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟର କ୍ଷୁଦ୍ର,ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ କୃଷି ଓ ଆନୁସଙ୍ଗିକ କାର୍ଯ୍ୟରେ ସହାୟତା ନିମନ୍ତେ ‘କାଳିଆ’ ଯୋଜନାକୁ ୨୦୧୯ ମସିହାରେ ଆରମ୍ଭ କରାଯାଇଥିଲା। ଏହି ଯୋଜନା ଜାତୀୟସ୍ତରରେ ଏକ ଆଦର୍ଶ ଯୋଜନା ହୋଇପାରିଛି। ବିଶ୍ୱବ୍ୟାଙ୍କ ତଥ୍ୟ ଅନୁସାରେ ‘କାଳିଆ’ ଯୋଜନା କାର୍ଯ୍ୟକାରୀ ହେବାପରେ ରାଜ୍ୟର ଚାଷୀଙ୍କ ଋଣଭାର ଅପେକ୍ଷାକୃତ କମିପାରିଛି। ରାଜ୍ୟର ଚାଷୀ ସମ୍ମାନର ସହ ବଂଚୁ ଓ ତା’ର ଉତ୍ପାଦିତ ଜିନିଷର ଉଚିତ୍ ମୂଲ୍ୟ ପାଉ। ଚାଷୀର ରୋଜଗାର ବଢ଼ୁ ଓ ତା’ର ଜୀବନଧାରଣ ମାନରେ ଉନ୍ନତି କିଭଳି ଆସିବ ସେହି ଲକ୍ଷ୍ୟ ନେଇ କାର୍ଯ୍ୟ କରାଯାଉଛି। କରୋନା ସମୟରେ ଚାଷୀମାନଙ୍କ ସାହସ ଓ ପରିଶ୍ରମ ଯୋଗୁ କୃଷିକ୍ଷେତ୍ରରେ ଉନ୍ନତି ଆସିପାରିଛି। ଏମଏସପିକୁ ଦୁଇଗୁଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ରାଜ୍ୟ ସରକାର ବାରମ୍ବାର ଦାବି କରି ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଆଜି ବିଭିନ୍ନ ଜିଳ୍ଲାର ଚାଷୀଙ୍କ ସହ କାଳିଆ ସହାୟତା ପ୍ରସଙ୍ଗରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଥିଲେ। ଏହି ଅବସରରେ କୃଷିମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ, ଅନେକ ପ୍ରାକୃତିକ ବିପର୍ଯ୍ୟୟ ଓ ବର୍ତ୍ତମାନର କୋଭିଡ୍ ପରିସ୍ଥିତି ସତ୍ତ୍ୱେ ଚାଷୀମାନେ ଭଲ ଫସଲ ଅମଳ କରି ଓଡ଼ିଶାକୁ ଆଗକୁ ନେଇପାରିଛନ୍ତି ବୋଲି କହିଥିଲେ। ଏହି ଅବସରରେ ରାଜ୍ୟ କୃଷି ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

 ଚାଷୀର ରୋଜଗାର ବଢ଼ୁ ଓ ତା’ର ଜୀବନଧାରଣ ମାନରେ ଉନ୍ନତି କିଭଳି ଆସିବ ସେହି ଲକ୍ଷ୍ୟ ନେଇ କାର୍ଯ୍ୟ କରାଯାଉଛି। କରୋନା ସମୟରେ ଚାଷୀମାନଙ୍କ ସାହସ ଓ ପରିଶ୍ରମ ଯୋଗୁ କୃଷିକ୍ଷେତ୍ରରେ ଉନ୍ନତି ଆସିପାରିଛି। ଏମଏସପିକୁ ଦୁଇଗୁଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ରାଜ୍ୟ ସରକାର ବାରମ୍ବାର ଦାବି କରି ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଆଜି ବିଭିନ୍ନ ଜିଳ୍ଲାର ଚାଷୀଙ୍କ ସହ କାଳିଆ ସହାୟତା ପ୍ରସଙ୍ଗରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଥିଲେ। ଏହି ଅବସରରେ କୃଷିମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ, ଅନେକ ପ୍ରାକୃତିକ ବିପର୍ଯ୍ୟୟ ଓ ବର୍ତ୍ତମାନର କୋଭିଡ୍ ପରିସ୍ଥିତି ସତ୍ତ୍ୱେ ଚାଷୀମାନେ ଭଲ ଫସଲ ଅମଳ କରି ଓଡ଼ିଶାକୁ ଆଗକୁ ନେଇପାରିଛନ୍ତି ବୋଲି କହିଥିଲେ। ଏହି ଅବସରରେ ରାଜ୍ୟ କୃଷି ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। 

AD