ନୂଆଦିଲ୍ଲୀ : ଅଦାର ପୁନାୱାଲଙ୍କର କମ୍ପାନୀ ରାଇଜିଂ ସନ୍ ହୋଲଡିଂସ୍ ଏବେ ଫାଇନାନ୍ସ କମ୍ପାନୀ Magma Fincorp କୁ କିଣିବାକୁ ଯାଉଛି । ଏହି ଡିଲ୍ ୩୪୫୬ କୋଟି ଟଙ୍କାରେ ହୋଇଛି । ଏହି ଡିଲ୍ ପରେ Magma Fincorpରେ RISING STAR ର ୬୦ ପ୍ରତିଶତ ଅଂଶ ରହିବ ।
ବର୍ତ୍ତମାନ ଏହି ଡିଲ୍ର ଖବର ପୂର୍ବରୁ ମାଗ୍ମା ଫିନ୍କର୍ପ ସେୟାରରେ ଡେଣା ଲାଗି ସାରିଛି । ମାଗ୍ମା ଫିନକର୍ପର ସେୟାର ଗୋଟିଏ ସପ୍ତାହରେ ୫୫ରୁ ୯୩ ଟଙ୍କା ଓ ଏକ ମାସରେ ୪୧ ଟଙ୍କାରୁ ୯୩ ଟଙ୍କା ଯାଏ ପହଞ୍ଚି ସାରିଛି । ଏହି ସେୟାର କେବଳ ୯ଟି ଟ୍ରେଡିଂ ଦିନରେ ୧୦୦ପ୍ରତିଶତ ଉପରେ ପହଞ୍ଚିଛି ।
ଆକଳନ ମୁତାବକ , ୨୫ ଜାନୁୟାରୀ ଦିନ ବିଏସ୍ଇରେ ମାଗ୍ମା ଫିନ୍କର୍ପର ସେୟାର ୪୫.୧୦ଟଙ୍କାରେ ଥିଲା ,ହେଲେ ୧୧ ଫେବ୍ରୁଆରୀରେ ସେୟାର ମୂଲ୍ୟ ବୃଦ୍ଧିପାଇଁ ୯୩.୪୦ଟଙ୍କାରେ ପହଞ୍ଚି ଯାଇଛି । ଅଦାର ପୁନାୱାଲାଙ୍କର କମ୍ପାନୀ ମାଗ୍ମା ଫିନକର୍ପରେ ୭୦ ଟଙ୍କା ପ୍ରତି ସେୟାରର ଦାମ୍ରେ ୪୫.୮୦ କୋଟି ଟଙ୍କା ସେୟାର ପାଇଁ ୩,୪୫୬ କୋଟି ଟଙ୍କାର ନିବେଶ କରିବ । ଡିଲ୍ ଉପରେ ମୋହର ଲଗାଇବା ପରେ କମ୍ପାନୀର ନାମ ପରିବର୍ତ୍ତନ ହୋଇ ପୁନାୱାଲା ଫାଇନାନ୍ସ କରାଯିବ ଏବଂ ଅଦାର ପୁନାୱାଲା ବୋର୍ଡ ଅଫ୍ ଡାଇରେକ୍ଟରର ଚେୟାରମ୍ୟାନ୍ ହେବେ ।