Home ଓଡ଼ିଆ ବିନା ମୂଲ୍ୟରେ ସେନାରେ ଭର୍ତି ହେବା ପାଇଁ ତାଲିମ ଦେଉଛି ‘ଓମ ସ୍ପେଶାଲ ଡିଫେନସ୍‌ ଏକାଡେମୀ’

ବିନା ମୂଲ୍ୟରେ ସେନାରେ ଭର୍ତି ହେବା ପାଇଁ ତାଲିମ ଦେଉଛି ‘ଓମ ସ୍ପେଶାଲ ଡିଫେନସ୍‌ ଏକାଡେମୀ’

  ଦେଶର ସୁରକ୍ଷା ପାଇଁ ରହିଛି ସମସ୍ତଙ୍କର କର୍ତବ୍ୟ। ଆଗାମୀ ଯୁବପିଢ଼ି ଏନେଇ ଉଚିତ ମାର୍ଗ ପାଇବାର ଆବଶ୍ୟକତା ରହିଛି। ସେନାରେ ଭର୍ତି ହେବା ପାଇଁ ସେମାନଙ୍କୁ ସଠିକ ଭାବରେ ପ୍ରଶିକ୍ଷଣ ମିଳି ପାରିଲେ ଅଧିକରୁ ଅଧିକ ଯୁବକ ଦେଶ ପାଇଁ କାମ କରିପାରିବେ। ତେବେ କିଭଳି ନୂଆ ସୈନିକ ସୃଷ୍ଟି ହେବେ ସେ ନେଇ ପ୍ରୟାସ ଜାରି ରଖିଛି ଯାଜପୁର ଜିଲ୍ଲା ଜାରକା ଅଂଚଳର ଓମ ସ୍ପେଶାଲ ଡିଫେନସ୍‌ ଏକାଡେମୀ। ସେନାରେ ଭର୍ତି ହେବା ପାଇଁ ଯାଜପୁର ଜିଲ୍ଲା ଜାରକା କଳ୍ପତରୁ ଦାସ ଷ୍ଟାଡିୟମରେ ଫିଟନେସ୍‌ ଟିପସ୍‌ ସହ ଦିଆଯାଉଛି ତାଲିମ।

ଜାରକା ଅଂଚଳର ଓମ ସ୍ପେଶାଲ ଡିଫେନସ୍‌ ଏକାଡେମୀ ପକ୍ଷରୁ ଯୁବକଙ୍କୁ ଦିଆଯାଉଛି ତାଲିମ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୪୦ରୁ ଅଧିକ ଯୁବକ ଏଠାରେ ତାଲିମ ନେଉଛନ୍ତି। ସେମାନଙ୍କୁ ତାଲିମ ଦେଉଛନ୍ତି ସିଆରପିଏଫ୍‌ ଯବାନ ସର୍ବଜିତ୍‌ ସ୍ୱାଇଁ। ସର୍ବଜିତ‌ ନିଜର ଅଭିଜ୍ଞତାକୁ ବ୍ୟବହାର କରି କିପରି ଯୁବକମାନେ ସଠିକ ପ୍ରଶିକ୍ଷଣ ନେଇ ସେନାରେ ଭର୍ତି ହୋଇପାରିବେ ସେ ନେଇ ଅହରହ ଉଦ୍ୟମ ଚଳାଇଛନ୍ତି। ଏଠାରେ ପ୍ରଶିକ୍ଷଣ ନେବାକୁ ଆସିଥିବା ଯୁବକମାନେ ମଧ୍ୟ ତାଲିମ ନେଇ ସେମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇଥିବା ପ୍ରକାଶ କରିଛନ୍ତି।

AD