Home ଅନ୍ୟାନ୍ୟ ଦକ୍ଷିଣ ଭାରତର କୋଟି ଲିଙ୍ଗେଶ୍ବର ମନ୍ଦିରରେ ପୂରଣ ହୋଇଯାଏ ସବୁ ମନୋସ୍କାମନା

ଦକ୍ଷିଣ ଭାରତର କୋଟି ଲିଙ୍ଗେଶ୍ବର ମନ୍ଦିରରେ ପୂରଣ ହୋଇଯାଏ ସବୁ ମନୋସ୍କାମନା

ଆମ ଦେଶରେ ସମସ୍ତ ଦେବା-ଦେବୀଙ୍କୁ ଅଦ୍ଭୁତ ଓ ସ୍ବତନ୍ତ୍ର ମନ୍ଦିର ବହୁ ସ୍ଥାନରେ ରହିଛି। ସମସ୍ତ ମନ୍ଦିରରେ କୌଣସି ନା କୌଣସି ଅଦ୍ଭୁତ କଥା ଦେଖିବାକୁ ମିଳିଛି। ଦକ୍ଷିଣ ଭାରତରେ ଆପଣ ଏଭଳି ଏକ ଅଦ୍ଭୁତ ଦେଖିବାକୁ ପାଇବେ, ଯାହାର ନାଁ କୋଟିଲିଙ୍ଗେଶ୍ବର। ଯେପରି ନାମରୁ ହିଁ ଲାଗୁଛି ଏକ କୋଟି ଶିବଲିଙ୍ଗ। ଏକ କୋଟି ଶିବଲିଙ୍ଗ ସ୍ଥାପିତ କରିବା ପାଇଁ ଏହି ମନ୍ଦିର ନିର୍ମାଣ କରାଯାଇଛି। ଏପର୍ଯ୍ୟନ୍ତ ଲକ୍ଷାଧିକ ଶିବଲିଙ୍ଗ ସ୍ଥାପିତ ହୋଇସାରିଛି। କୁହାଯାଉଛି ଯେ, ଏଠାକୁ ଆସି ମନୋସ୍କାମନା ପୂରଣ ହେବାପରେ ଭକ୍ତମାନେ ମଧ୍ୟ ନିଜର ଶିବଲିଙ୍ଗ ସ୍ଥାପିତ କରିପାରିବେ। ଆସନ୍ତୁ ଜାଣିବା ଏହି ମନ୍ଦିର ସହ ଜଡିତ ପୌରାଣିକ ମାନ୍ୟତା ଓ ବିଶେଷ୍ବତ।

କୁହାଯାଏ ଯେ, ଗୌତମ ଋଷିଙ୍କ ଅଭିଶାପରୁ ମୁକ୍ତ ହେବାପାଇଁ ଦେବରାଜ ଇନ୍ଦ୍ର ଏଠାରେ ଶିବଲିଙ୍ଗ ସ୍ଥାପିତ କରିଥିଲେ ଓ ଅଭିଷେକ କରିଥିଲେ। ଏହି ମନ୍ଦିର କର୍ଣ୍ଣାଟକର କୋଲ୍ଲାର ଜିଲ୍ଲାର କାମ୍ମାସାନ୍ଦରା ନାମକ ଗାଁରେ ରହିଛି। ସାରା ବିଶ୍ବରେ ଏହି ମନ୍ଦିର କୋଟି ଲିଙ୍ଗେଶ୍ବର ନାମରେ ପ୍ରଖ୍ରାତ। ଏଠାରେ ଥିବା ମନ୍ଦିରର ଆକାର ଏକ ଶିବଲିଙ୍ଗ ରୂପରେ ରହିଛି। ଶିବଲିଙ୍ଗ ରୂପରେ ତିଆରି ଏହି ମନ୍ଦିରର ଉଚ୍ଚତା ୧୦୮ ଫୁଟ। ମୁଖ୍ୟ ଶିବଲିଙ୍ଗ ବ୍ୟତୀତ ଏହି ମନ୍ଦିରରେ ଲକ୍ଷାଧିକ ଶିବଲିଙ୍ଗ ରହିଛି। ଆପଣ ଯଦି ଚାହାନ୍ତି ତେବେ ୧ ରୁ ୩ ଫୁଟର ଶିବଲିଙ୍ଗ ସ୍ଥାପିତ କରିପାରିବେ।।

ଏହି ମନ୍ଦିରର ନିର୍ମାଣ ୧୯୮୦ରେ  ସ୍ବାମୀ ସାମ୍ଭ ଶିବ ମୂର୍ତ୍ତୀ ଓ ତାଙ୍କର ପତ୍ନୀ ରୁକମଣୀ କରିଥିଲେ। ଦୁହେଁ ଶିବଲିଙ୍ଗ ସ୍ଥାପିତ କରିଥିଲେ। ଏହାପରେ ୫ ଶିବଲିଙ୍ଗ, ପରେ ୧୦୦ ଓ ପରେ ୧୦୦୧ ଶିବଲିଙ୍ଗ ସ୍ଥାପିତ କରିଥିଲେ। ସ୍ବାମିଜୀଙ୍କ ସ୍ବପ୍ନ ଥିଲା ଏକ କୋଟି ଶିବଲିଙ୍ଗ ସ୍ଥାପନ କରିବା, କିନ୍ତୁ୨୦୧୮ରେ ତାଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କର ଯିବାପରେ ବି ଲଗାତାର ଶିବଲିଙ୍ଗ ସ୍ଥାପିତ କରାଯାଉଛି। ୧୯୯୪ରେ ଏଠାରେ ୧୦୮ ଫୁଟ୍ ଲମ୍ବା ଶିବଲିଙ୍ଗ ସ୍ଥାପିତ କରାଯାଇଥିଲା। ସମ୍ପୂର୍ଣ୍ଣ ମନ୍ଦିର ପରିସରରେ କୋଟିଲିଙ୍ଗେଶ୍ବରଙ୍କ ବ୍ୟତୀତ ୧୧ଟି ଆହୁରି ମନ୍ଦିର ରହିଛି। ବ୍ରହ୍ମା, ବିଷ୍ଣୁ, ଅନ୍ନପୂର୍ଣ୍ଣା ଦେବୀ, ଭେଙ୍କଟରମାନୀ ସ୍ବାମୀ, ପାଣ୍ଡୁରଙ୍ଗା ସ୍ବାମୀ, ପଞ୍ଚମୁଖ ଗଣପତି, ରାମ-ଲକ୍ଷଣ-ସୀତାଙ୍କ ମନ୍ଦିର ରହିଛି।

କୋଟି ଲିଙ୍ଗେଶ୍ବର ଧାମ ମନ୍ଦିରରେ ପ୍ରତିଦିନ ଶିବଲିଙ୍ଗ ସଂଖ୍ୟା ବଢିବାରେ ଲାଗିଛି। କୁହାଯାଉଛି ଯେ, ଏହି ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ମନୋକାମନା ଯେବେ ପୂରଣ ହୋଇଥାଏ ଭକ୍ତମାନେ ଶିବଲିଙ୍ଗ ସ୍ଥାପିତ କରିଥାନ୍ତି। ତେଣୁ ପ୍ରତିଦିନ ଶିବଲିଙ୍ଗ ସଂଖା ବଢିବାରେ ଲାଗିଥାଏ। ମହା ଶିବରାତ୍ରୀରେ ଏହି ମନ୍ଦିରରେ ଭିଡ ଦୁଇଗୁଣା ବଢିଯାଏ। ୨ ଲକ୍ଷ ପର୍ଯ୍ୟନ୍ତ ଭକ୍ତ ପହଁଞ୍ଚି ଯାଇଥାନ୍ତି

AD