Home ଦେଶ ଖୁସି ଖବର , ଏ ବର୍ଷ ଇପିଏଫ ସୁଧହାର ଅପରିବର୍ତ୍ତିତ|

ଖୁସି ଖବର , ଏ ବର୍ଷ ଇପିଏଫ ସୁଧହାର ଅପରିବର୍ତ୍ତିତ|

ନୂଆଦିଲ୍ଲୀ:  କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜସନ (ଇପିଏଫଓ) ଚଳିତ ଆର୍ଥିକ ବର୍ଷ(୨୦୨୦-୨୧) ଜମା ରାଶି ଉପରେ ସୁଧହାର ଅପରିବର୍ତ୍ତି ରଖିଛି। ଏହାର ଅର୍ଥ ଇପିଏଫ ଆକାଉଣ୍ଟଧାରୀଙ୍କୁ ସେମାନଙ୍କ ଜମା ରାଶି ଉପରେ ୮.୫% ସୁଧ ମିଳିବ। ପୂର୍ବ ବର୍ଷ ମଧ୍ୟ ଏହା ସମାନ ରହିଥିଲା। କରୋନା କାରଣରୁ ଚଳିତ ବର୍ଷ ଇପିଏଫଓ ସୁଧ ହାର ହ୍ରାସ ପାଇପାଇବ ବୋଲି ଆଶଙ୍କା କରାଯାଉଥିଲା। ହେଲେ ସୁଧହାର ଅପରିବର୍ତ୍ତିତ ରହିଥିବାରୁ କର୍ମଚାରୀମାନେ ଆଶ୍ୱସ୍ତ ଲାଭ କରିଛନ୍ତି।

କେନ୍ଦ୍ର ଶ୍ରମ ମନ୍ତ୍ରୀ ସାନ୍ତୋଷ କୁମାର ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକ ଆଜି ଶ୍ରୀନଗରରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସର୍ବସମ୍ମତିକ୍ରମେ ଇପିଏଫ ସୁଧ ହାରକୁ ଅପରିବର୍ତ୍ତି ରଖିବାକୁ ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତି ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦନ ହେବା ପରେ କାର୍ଯ୍ୟକାରୀ ହେବ ଓ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ।

୨୦୧୯-୨୦ ଆର୍ଥିକ ବର୍ଷରେ ଇପିଏଫ ସୁଧ ହାରକୁ ୮.୫%କୁ ହ୍ରାସ କରାଯାଇଥିଲା। ଏହା ୭ ବର୍ଷରେ ସର୍ବନିମ୍ନ ରହିଥିଲା। ମାର୍ଚ୍ଚ ୨୦୨୦ରେ ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରାଯାଇଥିଲା। ଗ୍ରାହକମାନଙ୍କୁ ଇପିଏଫଓ ୨୦୧୬-୧୭ରେ ୮.୬% ଓ ୨୦୧୭-୧୮ରେ ୮.୫୫%ରେ ସୁଧ ଦେଉଥିଲା। ୨୦୧୫-୧୬ରେ ଏହା ଆହୁରି ଅଧିକ ୮.୮% ରହିଥିଲା।

AD